Categories: ଭଦ୍ରକ

ଅମ୍ଫନ ପ୍ରଭାବ: ଚାନ୍ଦବାଲି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ

ଚାନ୍ଦବାଲି,୨୧ା୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ ପ୍ରଭାବରେ ଚାନ୍ଦବାଲିର ସମସ୍ତ ଅଞ୍ଚଳରେ ମଙ୍ଗଳବାର ସାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛ। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିବା ସହ ତାର ଛିଣ୍ଡି ଯାଇଛି। ତେବେ ବୁଧବାର ସାରେ ବିଭାଗ ପକ୍ଷରୁ ସ୍ଥିତି ସ୍ବାଭାବିକ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳ ଗୁରୁବାର ସୁଦ୍ଧା ଅନ୍ଧାରରେ ରହିଛି। ଫଳରେ ପାଇପ ଯୋଗେ ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ୧୫ଟି ଜେନେରେଟର ଯୋଗେ ବିଭିନ୍ନ ପଞ୍ଚାୟତର ପାଣି ପ୍ରକଳ୍ପର ପମ୍ପକୁ ଚାଲୁ କରିବାକୁ ଉଦ୍ୟମ କରାଯାଇଛି। ତେନ୍ତୁଲିଡିହି, ଭାଟପଡା, ବଡଓସ୍ତିଆ, ମହୁଲିଆ, ଉତୁକୁଡା ପଞ୍ଚାୟତରେ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ ହୋଇଛି। ସେହିପରି ଚାନ୍ଦବାଲି ଏନଏସିରେ କେତେକ ୱାର୍ଡରେ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ କରାଯାଇଛି।