ଅମ୍ଫନ ବାତ୍ୟା ପ୍ରଭାବିତଙ୍କ ଭଲମନ୍ଦ ବୁଝିଲେ ନୁସରତ

କୋଲକାତା,୨୩।୫: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିବାକୁ ବସିଥିବା ବେଳେ ଅନ୍ୟପଟେ ମେ’ ୨୧ରେ ଆସିଥିବା ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ ରଚିଛି। ଏଥିରେ ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗରେ ଅଧିକ ପରିମାଣରେ ଧନଜୀବନ କ୍ଷୟକ୍ଷତି ହୋଇଛି। ପଶ୍ଚିମବଙ୍ଗରେ ଏବେ ବାତ୍ୟା ପରବର୍ତ୍ତି ରିଲିଫ୍‌ ଓ ଥଇଥାନ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଟିଏମ୍‌ସି ଏମ୍‌ପି ତଥା ବଙ୍ଗଳା ଫିଲ୍ମର ନାମୀ ନାୟିକା ନୁସରତ ଜାହାନ ନିଜ ନିର୍ବାଚନ ମଣ୍ଡଳି ଗସ୍ତ କରିଥିବା ଦେଖାଯାଇଛି।

ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖାଯାଇଛି। ଏହାସହ ନୁସରତ ନିଜେ ମଧ୍ୟ କିଛି ଫଟୋ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ଏହି ସମୟରେ ସେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ଓ ଗ୍ଲୋବ୍ସ ପିନ୍ଧିବା ସହ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେଉଥିବା ଦେଖାଯାଇଥିଲା। ଏହି ଫଟୋ ସହ ନୁସରତ ଲେଖିଛନ୍ତି କରୋନା ସଂକ୍ରମଣ ଓ ଅମ୍ଫନ ମାଡରେ ପଶ୍ଚିମବଙ୍ଗର ସ୍ଥିତି ବେହାଲ ହୋଇଛି। ଏହି ସମୟରେ ଆମକୁ ଧୈର୍ଯ୍ୟର ସହ କାମ କରିବାକୁ ପଡିବ। ମୁଁ ଆପଣମାନଙ୍କ ସହ ସବୁବେଳେ ରହିଛି ବୋଲି ସେ ଲେଖିଛନ୍ତି।

Share