ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ମୁକେଶ ଅମ୍ବାନୀଙ୍କ ଘରେ ଏକ ପାର୍ଟିରେ ଦେଖିବାକୁ ମିଳିଛି। ତାଙ୍କ ସହିତ ଅଭିଷେକ ମଧ୍ୟ ଦେଖିବାକୁ ମିଳିଛି। ଐଶ୍ୱର୍ଯ୍ୟା ଏକ ଲାଲ୍ ରଙ୍ଗର ଅନାରକଲି ଡ୍ରେସ୍ ପିନ୍ଧି ଖୁବ୍ ସୁନ୍ଦର ଦିଶୁଥିଲେ। ତାଙ୍କ ଚେହେରା ଦେଖି ଲାଗୁଥିଲା ଯେମିତି ସେ ମାଆ ହେବାକୁ ଯାଉଛନ୍ତି। ଏହି ଫଟୋ ଦେଖି ୟୁଜରମାନେ ସୋସିଆଲ ମିଡିଆରେ କମେଣ୍ଟ କରିବାରେ ଲାଗିଛନ୍ତି। ଐଶ୍ୱର୍ଯ୍ୟା ଦ୍ୱିତୀୟ ଥର ମାଆ ହେବେ କି? ଆଉ ଜଣେ ୟୁଜର ଲେଖିଛନ୍ତି ଓଢ଼ଣୀ ଦ୍ୱାରା ସେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଥିରେ ଐଶ୍ୱର୍ଯ୍ୟାଙ୍କ ପରିବାର ପକ୍ଷରୁ କେହି କିଛି କହିନାହାନ୍ତି।
କିଛିଦିନ ତଳେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ଐଶ୍ୱର୍ଯ୍ୟାଙ୍କୁ ଗୋଆ ବିଚ୍ରେ ଛୁଟି ମନାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଦେଖି ୟୁଜରମାନେ ମଧ୍ୟ କହିଥିଲେ ଯେ, ଐଶ୍ୱର୍ଯ୍ୟା ପୁଣି ଥରେ ମାଆ ହେବାକୁ ଯାଉଛନ୍ତି। କିନ୍ତୁ ଏନେଇ ଐଶ୍ୱର୍ଯ୍ୟାଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟ କଥା ଶୁଣିବାକୁ ମିଳିନାହିଁ।