ଅଯଥାରେ ବିଭ୍ରାନ୍ତି କରୁଛି କଂଗ୍ରେସ: ପୃଥ୍ବୀରାଜ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ପ୍ରସଙ୍ଗକୁ ନେଇ କଂଗ୍ରେସ ଅଯଥାରେ ବିଭ୍ରାନ୍ତି କରୁଛି। ରାଜ୍ୟ ଭାଜପା ଏହି ପ୍ରସଙ୍ଗରେ ଲୋକମାନଙ୍କ ପାଖକୁ ଯିବା ସହ ସେମାନଙ୍କୁ ସଚେତନ କରାଇବ। ପ୍ରାୟ ୧ କୋଟି ଲୋକଙ୍କ ପାଖରେ ଭାଜପା ପହଞ୍ଚିବ ବୋଲି ବୁଧବାର ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ପୃଥ୍ବୀରାଜଙ୍କ ପ୍ରତିକ୍ରିୟା ପରେ ଏନ୍‌ଆର୍‌ସି, ଏନ୍‌ପିଆର୍‌, ସିଏଏ ପ୍ରସଙ୍ଗରେ ମନ୍ତବ୍ୟ ରଖି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ୨୮ରେ ପ୍ରତିଷ୍ଠା ଦିବସ, ଆମେ ପଞ୍ଚାୟତ, ବ୍ଲକ, ଜିଲାକୁ ଯିବୁ। ଭାରତବର୍ଷ ସର୍ବଧର୍ମର ଦେଶ, ବାଛବିଚାର ଚଳିବ ନାହିଁ। ଏନ୍‌ଆର୍‌ସି, ସିଏଏକୁ ଲୋକେ ଗ୍ରହଣ କରିବେ ନାହିଁ। ଏନ୍‌ପିଆର୍‌ କେବଳ ଧୂଆଁବାଣ। ଆମେ ସବୁ ଧର୍ମକୁ ସମ୍ମାନ ଦେଉଛୁ ବୋଲି ସେ କହିଛନ୍ତି।

Share