Categories: ଜାତୀୟ

ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢ଼ିପାରିବେ ନିର୍ବାଚନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୧୧: କର୍ନାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ ବାଚସ୍ପତିଙ୍କ ନିଷ୍ପତ୍ତି ଠିକ୍‌ ଥିବା କୋର୍ଟ କହିଛନ୍ତି। ଫଳରେ ଅଯୋଗ୍ୟ ଘୋଷିତ ବିଧାୟକାମାନେ ଆଶ୍ୱସ୍ତ ହୋଇଛନ୍ତି। କୋର୍ଟଙ୍କ ରାୟ ଅନୁସାରେ କର୍ନାଟକର ୧୫ ବିଧାନସଭା ଆସନରେ ଡିସେମ୍ବର ୫ରେ ହେବାକୁ ଥିବା ଉପନିର୍ବାଚନରେ ଏହି ବିଧାୟକମାନେ ଲଢ଼ିପାରିବେ। ସୂଚନାଯୋଗ୍ୟ, କର୍ନାଟକରେ ରାଜନୈତିକ ଅସ୍ଥିରତା ଲାଗି କଂଗ୍ରେସର ୧୪ ଏବଂ ଜେଡିଏସ୍‌ର ୩ ବିଧାୟକଙ୍କୁ ତତ୍‌କାଳୀନ ବାଚସ୍ପତି ରମେଶ କୁମାର ଅଯୋଗ୍ୟ ଘୋଷିତ କରିଥିଲେ।

Share