Categories: ଜାତୀୟ

ଅଯୋଧ୍ୟାରେ ୪ ମାସ ମଧ୍ୟରେ ନିର୍ମାଣ କରାଯିବ ରାମମନ୍ଦିର: ଶାହ

ରାଞ୍ଚି,୧୬।୧୨: ଅଯୋଧ୍ୟାରେ ୪ ମାସ ମଧ୍ୟରେ ରାମମନ୍ଦିର ନିର୍ମାଣ କରାଯିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ପାକୁଡ଼ଠାରେ ଏକ ନିର୍ବାଚନ ସଭାରେ କହିଛନ୍ତି। ନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇ ସାରିଛନ୍ତି। ବହୁ ବର୍ଷ ଧରି ରାମମନ୍ଦିର ନିର୍ମାଣ ପାଇଁ ଦାବି ହେଉଥିଲା। ତେବେ କଂଗ୍ରେସ ଦଳର ଆଇନଜୀବୀ କୋର୍ଟରେ ଏହାର ସମାଧାନର ପଥକୁ ବନ୍ଦ କରିଦେଇଥିଲେ। ମାତ୍ର ଏବେ ଆଉ କୌଣସି ବାଧା ନାହିଁ ବୋଲି ଶାହ କହିଛନ୍ତି।

Share