Advertisement

ଅଯୋଧ୍ୟାରେ ୫.୫ ଲକ୍ଷ ଦୀପ ଜଳାଇ ବିଶ୍ୱ ରେକର୍ଡ

ଦୀପଦାନ କରିବାକୁ ନେଇ ଗିନିଜ୍‌ ଓ୍ବାଲ୍‌ଡ ରେକର୍ଡ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅଯୋଧ୍ୟାରେ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱାରା ସରଜୁ ନଦୀ କୂଳରେ ସମୂହ ଦୀପଦାନ କରିବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ପର୍ଯ୍ୟଟନ ବିଭାଗର କର୍ମକର୍ତ୍ତା, ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରୀଛାତ୍ର ଏବଂ ଅନ୍ୟ ବ୍ୟକ୍ତିବିଶେଷମାନେ ଆଦି ସାମିଲ ହୋଇଥିଲେ। ଶେଷରେ ୫.୫ ଲକ୍ଷ ଦୀପ ପ୍ରଜ୍ୱଳିତ କରି ବିଶ୍ୱ ରେକର୍ଡ କରାଯାଇଥିଲା। ଏହି ଅବସରରେ କଳାକାରମାନେ ରାମ,ସୀତା ଏବଂ ଲକ୍ଷ୍ମଣ ରୂପ ଧାରଣ କରି ଲୋକମାନଙ୍କ ମନୋରଞ୍ଜନ କରିଥିଲେ। ଦୀପଦାନ ସମୟର ଦୃଶ୍ୟ ଅତ୍ୟନ୍ତ ମନୋଲୋଭା ଏବଂ ଭବ୍ୟ ହୋଇଥିଲା। ଏହାର କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share