ଲକ୍ଷ୍ନୌ,୧୨।୧୧: ଅଯୋଧ୍ୟା ଜମି ବିବାଦ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି କରିବା ପରେ ମଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲଲାଙ୍କୁ ଦର୍ଶନ କରିବେ। ଏଥିପାଇଁ ସେ ଖୁବ୍ଶୀଘ୍ର ଅଯୋଧ୍ୟା ଗସ୍ତ କରିବେ ବୋଲି ଜଣାପଡ଼ିଛି। ଯୋଗୀଙ୍କ ସହ ଉତ୍ତରପ୍ରଦେଶର ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ଅଯୋଧ୍ୟା ଗସ୍ତ କରିବେ। ଗସ୍ତ ସମୟରେ ଯୋଗୀ ରାମ ମନ୍ଦିର ନିର୍ମାଣକୁ ନେଇ ସେଠାକାର ସାଧୁସନ୍ଥଙ୍କ ଆଲୋଚନା କରିବେ। ତେବେ ମୁଖ୍ୟମନ୍ତ୍ରୀ ହେବାର ଅଢ଼େଇ ବର୍ଷ ମଧ୍ୟରେ ଯୋଗୀ ୧୮ଥର ଅଯୋଧ୍ୟା ଗସ୍ତ କରିଥିବା ଜଣାପଡ଼ିଛି।