Categories: ଜାତୀୟ

ଅଯୋଧ୍ୟା ବିବାଦର ଲାଇଭ୍‌ ଷ୍ଟ୍ରିମିଂ ଉପରେ ବିଚାର କରିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୫।୮: ଅଯୋଧ୍ୟା ବିବାଦର ଲାଇଭ୍‌ ଷ୍ଟ୍ରିମିଂ ଉପରେ ସୁପ୍ରିମ୍‌କୋର୍ଟ ବିଚାର କରିବେ ବୋଲି ସୋମବାର ସୂଚନା ଦେଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାର ଅନୁଚ୍ଛେଦ ୧୯(୧)-ଏ ଅନ୍ତର୍ଗତ ଏହି ବିବାଦର ବିଚାର ସୁପ୍ରିମ୍‌କୋର୍ଟରେ କିଭଳି କରାଯାଉଛି ତାହା ଜାଣିବାର ଅଧିକାର ଲୋକଙ୍କର ରହିଛି ବୋଲି ଭାଜପାର ପୂର୍ବତନ ନେତା କେ.ଏନ୍‌. ଗୋବିନ୍ଦାଚାର୍ଯ୍ୟଙ୍କ ପକ୍ଷରୁ ଏନେଇ ଏକ ଆବେଦନ କରାଯାଇଥିଲା। ଅଯୋଧ୍ୟା ବିବାଦର ବିଚାରର ଲାଇଭ୍‌ ଷ୍ଟ୍ରିମିଂ ଅବା ରେକର୍ଡିଂ କରାଯିବା ନେଇ ସେ ଅନୁରୋଧ କରିଥିଲେ। ଏନେଇ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରିବେ ବୋଲି ସୂଚନା ଦେଇଛନ୍ତି।

Share