ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମତ ରଖିଲା ବଲିଉଡ୍‌

ମୁମ୍ବାଇ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ମାମଲାକୁ ନେଇ ଐତିହାସିକ ରାୟ ଦେଇଛନ୍ତି। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇଯାଇଛି। ଏହାସହ ସୁପ୍ରିମକୋର୍ଟ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣକୁ ନେଇ ଏକ ଟ୍ରଷ୍ଟ ଗଠନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାସହ ବାବରୀ ମସଜିଦ ପାଇଁ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ସରକାର ୫ ଏକର ଜମି ଯୋଗାଇ ଦେବେ ବୋଲି ମଧ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଏହି ରାୟକୁ ନେଇ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ବହୁ ବଲିଉଡ୍‌ ସେଲିବ୍ରିଟି ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସ୍ବାଗତ ଜଣାଇଛନ୍ତି। ଏହାସହ ଦେଶରେ ଶାନ୍ତିର ବାତାବରଣ ବଜାୟ ରଖିବାକୁ ସେ ଜନତାଙ୍କୁ ଅପିଲ୍‌ କରିଛନ୍ତି।

Share