Categories: ଜାତୀୟ

ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ: ସିଧାପ୍ରସାରଣ ଆବେଦନ ଖାରଜ; ଶହେ ଦିନରେ ଫଇସଲା ସମ୍ଭାବନା

ନୂଆଦିଲ୍ଲୀ,୬।୮: ଅଯୋଧ୍ୟା ମାମଲାର ଶୁଣାଣି ମଙ୍ଗଳବାରଠାରୁ ସୁପ୍ରିମ୍‌କୋର୍ଟରେ ଆରମ୍ଭ ହୋଇଛି। ତେବେ ବିଚାର ପ୍ରକିୟାର ସିଧାପ୍ରସାରଣ ପାଇଁ କରାଯାଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ଗତ ଶୁକ୍ରବାର ଅଦାଲତ ସୂଚନା ଦେଇଥିଲେ ଯେ, ଏହି ମାମଲାର ଶୁଣାଣି ଅଗଷ୍ଟ ୬ ଠାରୁ ପ୍ରତିଦିନ କରାଯିବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଜାରି ରଖିଛନ୍ତି। ଖଣ୍ଡପୀଠରେ ବିଚାରପତି ଏସ୍‌.ଏ. ବୋବଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୁଷଣ ଏବଂ ଏସ୍‌.ଏ. ନଜିର୍‌ ସାମିଲ ହୋଇଛନ୍ତି। ଏହି ମାମଲାର ଫଇସଲା ଶହେ ଦିନରେ ହେବା ସମ୍ଭାବନା ରହିଥିବା କୁହାଯାଉଛି।

Share