Categories: ଜାତୀୟ

ଅଯୋଧ୍ୟା ମାମଲା: ଅକ୍ଟୋବର ୧୮ସୁଦ୍ଧା ଶୁଣାଣି; ନଭେମ୍ବର ୧୭ ପୂର୍ବରୁ ରାୟ; ନ ହେଲେ ପୁଣି ଲଟକି ରହିବ

ନୂଆଦିଲ୍ଲୀ,୨୬।୯: ଅଯୋଧ୍ୟା ମାମଲାରେ ଅକ୍ଟୋବର ୧୮ ସୁଦ୍ଧା ଶୁଣାଣି କରାଯିବ। ସେହିପରି ନଭେମ୍ବର ୧୭ ପୂର୍ବରୁ ଏହାର ରାୟ ପ୍ରକାଶ କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏହି ମାମଲାର ବିଚାର ୫ ଜଣିଆ ଖଣ୍ଡପୀଠରେ ଜାରି ରହିଛି। ଏହାର ନେତୃତ୍ୱ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କରୁଛନ୍ତି। ଗୋଗୋଇ ନଭେମ୍ବର ୧୭ରେ ଅବସର ଗ୍ରହଣ କରିବେ। ଯଦି ଏହା ପୂର୍ବରୁ ଅଯୋଧ୍ୟା ମାମଲାର ବିଚାର ନ ହୁଏ ତେବେ ଏହା ପୁଣି ଲଟକି ରହିବ ବୋଲି କୁହାଯାଉଛି। ଗୋଗୋଇ ଗୁରୁବାର କହିଛନ୍ତି ଯେ, ଏବେ ପକ୍ଷକାର ନିଜ ନିଜ ପକ୍ଷ ରଖୁଛନ୍ତି। ଏହାପରେ ରାୟ ଲେଖିବା ପାଇଁ ୪ ସପ୍ତାହ ସମୟ ଆବଶ୍ୟକ। ସୂଚନାଯୋଗ୍ୟ, ଆହ୍ଲାବାଦ୍‌ ହାଇକୋର୍ଟ ୨୦୧୦ରେ ବିବାଦୀୟ ୨.୭୭ ଏକର ଜମିକୁ ରାମ ଲଲା, ନିର୍ମୋହି ଆଖଡ଼ା ଏବଂ ସୁନ୍ନୀ ଓ୍ବାକଫ ବୋର୍ଡ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦେଇଥିଲେ।

Share