Categories: ଜାତୀୟ

ଅଯୋଧ୍ୟା ମାମଲା: ଏକ ମାସ ମଧ୍ୟରେ ଶୁଣାଣି ଶେଷ ପାଇଁ ଗୋଗୋଇଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୮।୯: ଅଯୋଧ୍ୟା ମାମଲାର ଶୁଣାଣି ଏକ ମାସ ମଧ୍ୟରେ କରିବାକୁ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ୨୬ତମ ଦିନର ଶୁଣାଣି ଚାଲିଥିବାବେଳେ ୫ ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଉଥିବା ଗୋଗୋଇ ଏଭଳି କହିଛନ୍ତି। ଅକ୍ଟୋବର ୧୮ ସୁଦ୍ଧା ଏହି ମାମଲାର ଣୁଣାଣି ଶେଷ ହେବାର ଆଶା ଥିବା ଗୋଗୋଇ କହିଛନ୍ତି। ସମସ୍ତ ପକ୍ଷକାରଙ୍କୁ ଅକ୍ଟୋବର ୧୮ ପୂର୍ବରୁ ନିଜ ନିଜର ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଏହାର ଶୁଣାଣି ଶନିବାର କରିବାକୁ ମଧ୍ୟ ଖଣ୍ଡପୀଠ ରାଜି ହୋଇଛନ୍ତି। ଏହାପରେ ରାୟ ଲେଖିବା ପାଇଁ ଖଣ୍ଡପୀଠଙ୍କୁ ୪ ସପ୍ତାହ ସମୟ ମିଳିିବ ବୋଲି ଗୋଗୋଇ କହିଛନ୍ତି।

Share