ନୂଆଦିଲ୍ଲୀ,୧୮।୭: ଅଯୋଧ୍ୟା ମାମଲାରେ ସୁପ୍ରିମ୍କୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଅଗଷ୍ଟ ୨ଠାରୁ ଓପନ କୋର୍ଟରେ ଏହାର ଶୁଣାଣି କରାଯିବ। ଅଗଷ୍ଟ ୨ରେ ଅପରାହ୍ନ ୨ଟା ପରେ କୋର୍ଟ ଖୋଲିଲେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି। ମଧ୍ୟସ୍ଥତା କମିଟିକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ରିପୋର୍ଟ ଉପସ୍ଥାପନ କରିବାକୁ କୁହାଯାଇଛି। ଏହାପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରାଯିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।