Categories: ଜାତୀୟ

ଅଯୋଧ୍ୟା ମାମଲା: ସୁପ୍ରିମ୍‌କୋର୍ଟରେ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କଲା ପିସ୍‌ ପାର୍ଟି

ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟା ମାମଲାର ପୁନର୍ବିଚାର ପାଇଁ ପିସ୍‌ ପାର୍ଟି ପକ୍ଷରୁ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କରାଯାଇଛି। ନଭେମ୍ବର ୯ରେ ସର୍ବୋଚ୍ଚ ଆଦାଲତ ପକ୍ଷରୁ ଦିଆଯାଇଥିବା ରାୟରେ ମୁସଲମାନ୍‌ ପକ୍ଷକାରଙ୍କ ପ୍ରାମାଣିକ ତଥ୍ୟକୁ ବିଚାର ପରିସରଭୁକ୍ତ କରା ନ ଥିଲା। ରାୟରେ ଆସ୍ଥା ଓ ବିଶ୍ୱାସ ଆଧାରକୁ ଗୁରୁତ୍ୱ ଦିଆଯାଇଥିବା ସୂଚିତ କରି ପିସ୍‌ ପାର୍ଟି ପକ୍ଷରୁ ଡାକ୍ତର ଆୟୁବଙ୍କ ଦ୍ୱାରା କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ସୁପ୍ରିମ୍‌କୋର୍ଟ ପିସ୍‌ ପାର୍ଟି ସମେତ ୧୯ଟି ପୁନର୍ବିଚାର ପିଟିଶନ୍‌କୁ ଡିସେମ୍ବର ୧୨ରେ ଖାରଜ କରିଥିଲେ।

Share