Categories: ଜାତୀୟ

ଅଯୋଧ୍ୟା ମାମଲା: ୮ମ ଦିନରେ ସୁପ୍ରିମ୍‌କୋର୍ଟରେ ହେଲାନି ଶୁଣାଣି

ନୂଆଦିଲ୍ଲୀ,୧୯।୮: ଅଯୋଧ୍ୟା ମାମଲାର ଶୁଣାଣି ୮ମ ଦିନରେ ବନ୍ଦ ରହିଛି। ସୋମବାର ୫ ଜଣିଆ ଖଣ୍ଡପୀଠ ମଧ୍ୟରୁ ବିଚାରପତି ଏସ୍‌.ଏ. ବୋବ୍‌ଦେ ଅନୁପସ୍ଥିତ ରହିବାରୁ ଶୁଣାଣି ବନ୍ଦ ରହିଛି। ଏହି ମାମଲାର ଶୁଣାଣି ପ୍ରତିଦିନ ଜାରି ରହିଥିବାବେଳେ ଅଗଷ୍ଟ ୧୬ରେ ରାମଲଲାଙ୍କ ଆଇନଜୀବୀ ସି.ଏସ୍‌. ବୈଦନାଥନ୍‌ ବିବାଦୀୟ ଜମି ସମ୍ପର୍କିତ କାଗଜପତ୍ର ଅଦାଲତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ୫ ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ୍‌.ଏ. ବୋବ୍‌ଦେ, ଡି. ଓ୍ବାଇ.ଚନ୍ଦ୍ରଚୂଡ଼, ଅଶୋକ ଭୁଷଣ, ଏସ.ଏ. ନାଜିର୍‌ ପ୍ରମୁଖ ରହିଛନ୍ତି।

Share