Categories: ଜାତୀୟ

ଅଯୋଧ୍ୟା ଯିବେ ନାହିଁ ଉଦ୍ଧବ

ମୁମ୍ବାଇ,୧୮।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଯୋଧ୍ୟା ଗସ୍ତ କରିବେ ନାହିଁ ବୋଲି ଜଣାପଡିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେ ଅଯୋଧ୍ୟା ଗସ୍ତ କରିବେ ନାହିଁ ବୋଲି ସୂଚନା ମିଳଛି। ଆହୁରି ମଧ୍ୟ ମହରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଳମ୍ବ ହେଉଥିବାରୁ ଉଦ୍ଧବ ତାଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରିଥିବା କୁହାଯାଉଛି। ତେବେ ଆସନ୍ତା ୨୪ରେ ସେ ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ଉଦ୍ଧବ ଠାକରେ ଏହାର ପ୍ରଶଂସା କରିବା ସହ ସେଠାକୁ ଗସ୍ତ କରିବାକୁ କହିଥିଲେ। ହେଲେ ଏବେ ଏହାକୁ ବାତିଲ କରାଯାଇଛି। ସୂଚନାଯୋଗ୍ୟ, ଦୀର୍ଘ ଦଶନ୍ଧି ଧରି ଅଯୋଧ୍ୟା ମାମଲାକୁ ନେଇ ଶେଷରେ ସୁପ୍ରିମକୋର୍ଟ ସେଠାରେ ରାମ ମନ୍ଦିର ନିର୍ମାଣକୁ ଅନୁମତି ପ୍ରଦାନ କରିବା ସହ ବାବରି ମସଜିଦ ପାଇଁ ମଧ୍ୟ ଅଯୋଧ୍ୟାରେ ୫ ଏକର ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ରାୟକୁ ନେଇ ଏବେ ଅଲ୍‌ ଇଣ୍ଡିଆ ମୁସଲିମ ଲ ବୋର୍ଡ(ଏଆଇଏମ୍‌ପିଏଲ୍‌ବି)ପୁଣି ଥରେ କୋର୍ଟର ଦ୍ୱାରସ୍ଥ ହେବ ବୋଲି କହିଛି। ତେଣୁ ଅଯୋଧ୍ୟା ମାମଲାକୁ ନେଇ ଏବେବି ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ଉଦ୍ଧବ ତାଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି।

Share