Categories: ଜାତୀୟ

ଅଯୋଧ୍ୟା ଯିବେ ଉଦ୍ଧବ

ମୁମ୍ବାଇ,୬।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶନିବାର ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଖବରଦାତାଙ୍କୁ ଏହି ସୂଚନା ଦେଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ସେ କହିଛନ୍ତି ଶନିବାର ଉଦ୍ଧବ ଅଯୋଧ୍ୟା ଗସ୍ତ କରିବେ। ହେଲେ ସେ ସରୟୁ ନଦୀ କୂଳରେ ଆୟୋଜିତ ‘ଆଳତି’ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ଦେଶରେ କରୋନା ଭାଇରସର ପ୍ରଭାବକୁ ଦେଖି ସେ ଏହି ଆଳତିରେ ଯୋଗ ଦେବେ ନାହିଁ ବୋଲି ରାଉତ କହିଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଅନ୍ୟପଟେ ଭିଡ ସ୍ଥାନକୁ ନ ଯିବାକୁ ସରକାର ଜନ ସାଧାରଣଙ୍କୁ ବାରଣ କରିଛନ୍ତି। ତେବେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରଠାରୁ ଉଦ୍ଧବ ଅଯୋଧ୍ୟା ଗସ୍ତ କରିବା କଥା କହିଥିଲେ। ହେଲେ ବିଭିନ୍ନ କାରଣରୁ ସେ ଏପର୍ଯ୍ୟନ୍ତ ସେଠାକୁ ଯାଇପାରି ନ ଥିଲେ।

Share