Advertisement

ଅଯୋଧ୍ୟା ଯିବେ ଶିବସେନା ମୁଖ୍ୟ

ମୁମ୍ବାଇ,୯।୧୧: ଗୋଟିଏ ପଟେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚାରେ ଅଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଅନ୍ୟପଟେ ଶନିବାର ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦକୁ ନେଇ ଦେଇଥିବା ରାୟ ଉପରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ଉଦ୍ଧବ କହିଛନ୍ତି ଶନିବାର ଅର୍ଥାତ୍‌ ନଭେମ୍ବର ୯, ୨୦୧୯ ଦିନଟି ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। କାରଣ ଏହିଦିନ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ମୁଁ ଏହାକୁ ଗ୍ରହଣ କରୁଛି ଆଉ ସମସ୍ତେ ଏହି ରାୟକୁ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି। ତେବେ ଆସନ୍ତା ୨୪ ତାରିଖରେ ସେ ଅଯୋଧ୍ୟା ଗସ୍ତ କରିବେ । ଏହି ସମୟରେ ସେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିବେ । କାରଣ ଏଥିପାଇଁ ଆଡଭାନୀ ‘ରଥ-ଯାତ୍ରା’ ବାହାର କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେବେ। ଏହାସହ ତାଙ୍କର ଆଶୀର୍ବାଦ ମଧ୍ୟ ନେବେ ବୋଲି ଉଦ୍ଧବ  କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share