Categories: ଜାତୀୟ

ଅଯୋଧ୍ୟା ରାୟକୁ ଜଷ୍ଟିସ୍‌ ଗାଙ୍ଗୁଲିଙ୍କ ନାପସନ୍ଦ

କୋଲକାତା,୧୧ା୧୧: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ପ୍ରଦାନ କରିଥିବା ରାୟକୁ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ଗାଙ୍ଗୁଲି ନାପସନ୍ଦ କରିଛନ୍ତି। ବିବାଦୀୟ ଜମିରେ ରାମ ମନ୍ଦିର ନିମାଣ ପାଇଁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯିବା ସଂଖ୍ୟାଲଘୁଙ୍କ ପ୍ରତି ଭୁଲ୍‌ ହୋଇଛି ବୋଲି ସର୍ବୋଚ୍ଚ ଅଦାଲତର ଅବସରପ୍ରାପ୍ତ ବିଚାରପତି କହିଛନ୍ତି। ସମ୍ବିଧାନ ପ୍ରତ୍ୟେକଙ୍କୁ ଅଧିକାର ଦେଇଛି। ତେଣୁ ନ୍ୟାୟ ସମସ୍ତଙ୍କୁ ମିଳିବା ଉଚିତ। କିନ୍ତୁ ଅଯୋଧ୍ୟା ମାମଲାରେ ସଂଖ୍ୟାଲଘୁଙ୍କୁ ନ୍ୟାୟ ପ୍ରଦାନ କରାଗଲାନି ବୋଲି ଜଷ୍ଟିସ୍‌ ଗାଙ୍ଗୁଲି କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share