Advertisement

ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଉତ୍ତର ପ୍ରଦେଶରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଗିରଫ

ଲକ୍ଷ୍ନୌ,୮।୧୧: ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାର ରାୟ ଶୁଣାଣି ପରବର୍ତ୍ତୀ ଯେ କୌଣସି ଅପ୍ରୀତିକର ପରିସ୍ଥିତି ସହ ମୁକାବିଲା କରିବାକୁ ଉତ୍ତର ପ୍ରଦେଶ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି। ରାୟ ପୂର୍ବରୁ ଯେମିତି କୌଣସି ଅଘଟଣ ନ ଘଟେ ସେଥିପ୍ରତି ଧ୍ୟାନ ଦିଆଯାଉଛି ବୋଲି ଉତ୍ତର ପ୍ରଦେଶ ଡିଜିପି ଓପି ସିଂ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଅପ୍ରୀତିକର ଘଟଣା ଘଟାଉଥିବା ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ୧,୬୫୯ ଜଣଙ୍କ ସୋସିଆଲ ଆକାଉଣ୍ଟ ଉପରେ ନଜର ରଖାଯାଇଛି। ଏହାସହ ରାୟ ପୂର୍ବରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ୟୁପିର ଡିଜିପି ଏବଂ ମୁଖ୍ୟ ସଚିବଙ୍କ ଭେଟିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ନେବା ପୂର୍ବରୁ ଏହି ରାୟ ଆସିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share