Advertisement

ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଅଯୋଧ୍ୟା,୮।୧୧: ଆସନ୍ତା ସପ୍ତାହରେ ରାମଜନ୍ମଭୂମି-ବାବ୍ରି ମସଜିଦ ରାୟ ଆସିବ। ଏହା ପୂର୍ବରୁ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୩୦ଟି ବୋମା ନିଷ୍କ୍ରିୟକାରୀ ଟିମକୁ ଅଯୋଧ୍ୟାରେ ନିୟୋଜିତ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ସେମାନେ ଆଲର୍ଟ ରହିବେ। ନଭେମ୍ବର ୧୦ ସୁଦ୍ଧା ୩୦୦ କମ୍ପାନୀ ସୁରକ୍ଷା କର୍ମୀ ଏଠାରେ ନିୟୋଜିତ ହେବେ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ନେବା ପୂର୍ବରୁ ଏହି ରାୟ ଆସିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share