ଅଯୋଧ୍ୟା ରାୟ ପୂର୍ବରୁ ପୋଲିସ ଆଲର୍ଟ: କଲେଜରେ ତିଆରି ହେଲା ୮ ଅସ୍ଥାୟୀ ଜେଲ୍‌

ଲକ୍ଷ୍ନୌ,୭।୧୧: ଅଯୋଧ୍ୟା ରାୟ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଉତ୍ତରପ୍ରଦେଶ ପୋଲିସ ବିଭାଗ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ଆମ୍ବେଡ଼କର ନଗରର ବିଭିନ୍ନ କଲେଜରେ ୮ଟି ଅସ୍ଥାୟୀ ଜେଲ୍‌ ତିଆରି କରାଯାଇଛି। ରାୟ ପ୍ରକାଶ ପାଇବା ପରେ ଯଦି ଆଇନ ଶୃଙ୍ଖଳା ସ୍ଥିତି ଉତ୍ପନ୍ନ ହୁଏ ତେବେ ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କୁ ଏସବୁ ଜେଲ୍‌ ରଖାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମିରଠ, ଆଗ୍ରା, ଅଲିଗଡ଼, ରାମପୁର, ବରେଲୀ, ଫିରୋଜାବାଦ୍‌, କାନପୁର, ଲକ୍ଷ୍ନୌ, ଶାହାଜାହାନପୁର, ଶାମଲି, ମୁଜଫରନଗର, ବୁଲନ୍ଦସହର, ଆଜମଗଡ଼ ଆଦି ୩୪ଟି ସମ୍ବେଦନଶୀଳ ଜିଲାରେ ସତର୍କ ରହିବାକୁ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

Share