Advertisement

ଅଯୋଧ୍ୟା ରାୟ ପୂର୍ବରୁ ଭାଗଓ୍ବତଙ୍କୁ ଭେଟିବେ ମଦନି: ୨ ଦିନ ପରେ ହୋଇପାରେ ମିଳିତ ଖବରଦାତା ସମ୍ମିଳନୀ !

ନୂଆଦିଲ୍ଲୀ,୬।୧୧: ଅଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶର ସମସ୍ତ ଜିଲାରେ ୧୪୪ ଜାରି କରାଯାଇଛି। ରାୟକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତ ଏବଂ ଜମିୟତ୍‌ ଉଲେମା-ଇ-ହିନ୍ଦ୍‌ ଅଧ୍ୟକ୍ଷ ଅଶରଫ୍‌ ମଦନିଙ୍କ ମଧ୍ୟରେ ସାକ୍ଷାତ୍‌ ହେବ ବୋଲି କୁହାଯାଉଛି। ଏହାର ଦୁଇ ଦିନ ପରେ ଏକ ମିଳିତ ଖବରଦାତା ସମ୍ମିଳନୀରେ ଦୁହେଁ ଉପସ୍ଥିତ ରହିବେ। ସାକ୍ଷାତ୍‌ରେ ହିନ୍ଦୁ ମୁସଲମାନ୍‌ ଏକତା ଉପରେ ଆଲୋଚନା ହେବ। ସାକ୍ଷାତ୍‌ ପୂର୍ବରୁ ମଦନି କହିଛନ୍ତି ଯେ, ସୁପ୍ରିମ୍‌କୋର୍ଟଙ୍କ ରାୟ ଆମ ପାଇଁ ମାନ୍ୟ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share