Categories: ଖେଳ

ଅଯୋଧ୍ୟା ଶୁଣାଣିକୁ ନେଇ ସେହ୍ବାଗଙ୍କ ଟୁଇଟ୍‌

ନୂଆଦିଲ୍ଲୀ,୯।୧୧- ସୁପ୍ରିମକୋର୍ଟ ପ୍ରାୟ ଶହେ ବର୍ଷର ବିବାଦୀୟ ଅଯୋଧ୍ୟା ଘଟଣା ଉପରେ ଶନିବାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ନେତୃତ୍ୱରେ ରାମ ମନ୍ଦିର ନିର୍ମାଣ ହେବ ବୋଲି କହିଛନ୍ତି। ଏଥିସହିତ ମୁସଲମାନ ପକ୍ଷକୁ ବିକଳ୍ପ ଭୂମି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ଉପରେ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ରାମଙ୍କ ଫଟୋ ଟୁଇଟ୍‌ କରି ଲେଖିଛନ୍ତି, ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ।

Share