Categories: ଜାତୀୟ

ଅଯୋଧ୍ୟା ଶୁଣାଣିକୁ ସ୍ବାଗତ ଜଣାଇଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଶନିବାର ଐତିହାସିକ ରାୟ ପ୍ରକାଶ ପାଇଛି। ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି। ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏହି ରାୟକୁ ସ୍ବାଗତ ଜଣାଇଛନ୍ତି। ଦୀର୍ଘ ଦଶନ୍ଧୀ ଧରି ଚାଲିଥିବା ଏହି ମାମଲାର ରାୟ ଶେଷରେ ଠିକ୍‌ ଆସିଛି ବୋଲି ସେ କହିଛନ୍ତି। ଏହା ବିଜୟ ନୁହେଁ କି ପରାଜୟ ନୁହେଁ। ଏହାକୁ ନେଇ ସମସ୍ତେ ଶାନ୍ତି ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି।

Share