Advertisement

ଅଯୋଧ୍ୟା ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ଡିଜିପି ଓ ମୁଖ୍ୟ ସଚିବଙ୍କୁ ଭେଟିବେ ସିଜେଆଇ

ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଶୁକ୍ରବାର ଭେଟିବାର କାର୍ଯ୍ୟକ୍ରମ ରହିଛି। ପୋଲିସ ମହାନିର୍ଦ୍ଦେଶକ ଓପି ସିଂହ, ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିଓ୍ବାରି ଶୁକ୍ରବାର ଦ୍ୱିପରରେ ବିଚାରପତିଙ୍କ କାର୍ଯ୍ୟାଳୟରେ ତାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଏହି ସମୟରେ ବିଚାରପତି ଗୋଗୋଇ ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିବେ। ଶୁଣାଣି ପରେ ଯେମିତି ଉତ୍ତର ପ୍ରଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ରହେ ସେନେଇ ନିଶ୍ଚିତ ହେବାକୁ ମୁଖ୍ୟ ବିଚାରପତି ରାଜ୍ୟର ଅନ୍ୟ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share