ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ସରକାର ହାଇ ଆଲର୍ଟରେ ଅଛନ୍ତି। ଏଥିପାଇଁ ଗାଜିଆବାଦ ପ୍ରଶାସନ ଖୋଲାରେ ବିକ୍ରି କରାଯାଉଥିବା ପେଟ୍ରୋଲ, ଏସିଡ୍ ଓ ଜ୍ୱଳନଶୀଳ ପଦାର୍ଥ ଉପରେ କଟକଣା ଲଗାଇଛନ୍ତି। ଏହି ନିୟମକୁ ଯିଏ ପାଳନ ନ କରିବ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏନେଇ ଗାଜିଆବାଦ ଉପଜିଲାପାଳ ଶୁକ୍ରବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିସହ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ଏକ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ ବାହାରିଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ନଭେମ୍ବର ୧୭ରେ ଶେଷ ହେଉଛି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅଯୋଧ୍ୟା ମାମଲାର ଶୁଣାଣି କରାଯିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Posted inଜାତୀୟ