Advertisement

ଅଯୋଧ୍ୟା ଶୁଣାଣି ପୂର୍ବରୁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଅଯୋଧ୍ୟା ପ୍ରଶାସନ ପକ୍ଷରୁ ଗୁରୁବାର ସହରରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅଯୋଧ୍ୟାର ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଅନ୍ୟପଟେ ପଞ୍ଚ କୋଶି ପରିକ୍ରମାକୁ ନେଇ ମଧ୍ୟ ଅନ୍ୟ ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ ଡ୍ରୋନ ଜରିଆରେ ସହର ଉପରେ ନଜର ରଖାଯାଇଛି। ଏଥିସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ଗଠନ କରାଯାଇଛି। ଏହି କମିଟି ଗାଁକୁ ଗାଁ ବୁଲି ଶାନ୍ତି ଓ ସଦ୍‌ଭାବନା ରଖିବା ପାଇଁ ଲୋକଙ୍କୁ ନିବେଦନ କରିବ। ସେହିପରି ଅନ୍ୟ ଜିଲାଗୁଡିକରେ ଅସ୍ଥାୟୀ ଜେଲ୍‌ ନିର୍ମାଣ କରାଯାଇଛି। ଏଥିପାଇଁ ସ୍କୁଲ ଓ ବେସରକାରୀ କୋଠାକୁ ଚୟନ କରାଯାଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share