Categories: ଖେଳ

ଅରୁଣାଚଳ ପ୍ରଦେଶର ଏକତରଫା ବିଜୟ

କଟକ ଅଫିସ,୧୫ା୬- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶେନ (ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଅରୁଣାଚଳପ୍ରଦେଶ ୧୧-୧ ଗୋଲ୍‌ରେ ଆନ୍ଧ୍ରପ୍ରଦେଶକୁ ଏକତରଫା ଭାବେ ପରାସ୍ତ କରିଛି। ଅରୁଣାଚଳପ୍ରଦେଶ ପକ୍ଷରୁ ପ୍ରଥମାର୍ଦ୍ଧରେ ୯ଟି ଓ ଦ୍ୱିତୀୟାର୍ଦ୍ଧରେ ୨ଟି ଗୋଲ ସ୍କୋର ହୋଇଥିଲା ଦଳର ଫରୱାର୍ଡ ଟାଲୋ ଆନା ସର୍ବାଧିକ ୫ଟି ଗୋଲ ଦେଇଥିଲେ। ଆନ୍ଧ୍ରପ୍ରଦେଶ ପକ୍ଷରୁ ୭ମ ମିନିଟରେ ଏକମାତ୍ର ଗୋଲ ହୋଇଥିଲା। ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ରେ ଗୁଜୁରାଟ ୨-୧ ଗୋଲରେ ମେଘାଳୟକୁ, ଜମ୍ମୁ କଶ୍ମୀର ୨-୦ ଗୋଲ୍‌ରେ କେରଳକୁ ପରାସ୍ତ କରିଛି ।

Share