Categories: ଜାତୀୟ

ଅରୁଣ ଜେଟଲୀ ଅସୁସ୍ଥ

ନୂଆଦିଲ୍ଲୀ,୯।୮: ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏମ୍ସ ପହଞ୍ଚିଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଏମ୍ସ ପହଞ୍ଚିଛନ୍ତି। ଦିନ ୧୨ଟାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିବା ଜଣାପଡିଛି। ହୃଦଘାତ ସମସ୍ୟା ପାଇଁ ଏବେ ସେ ଅବଜରଭେଶନରେ ରହିଛନ୍ତି। ଏକ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ବର୍ଷ ହେବ ଜେଟଲୀ ଅସୁସ୍ଥ ଥିବା ବେଳେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା।

Share