Categories: ବାଣିଜ୍ୟ

ଅରୁନ୍ଧତୀ ଜୁଏଲର୍ସର ରଜ ପରୀ-୨୦୧୯

ଭୁବନେଶ୍ୱର,୧୫-୬(ବ୍ୟୁରୋ): ପ୍ରମୁଖ ଗହଣା ଶୋ’ରୁମ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ରଜ ପରୀ-୨୦୧୯ର ଫାଇନାଲ ସ୍ଥାନୀୟ ଶହୀଦ ନଗରସ୍ଥିତ ଦୁର୍ଗାପୂଜା ମଣ୍ଡପ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚାରକ ଭାବେ ଓଲିଓଡ ଅଭିନେତ୍ରୀ ଅନିଷା ଶର୍ମା ଏବଂ ଗୀତିକାର ଅରୁଣ ମନ୍ତ୍ରୀ ଯୋଗଦେଇ ୨୦ ପ୍ରତିଯୋଗୀଙ୍କ ମଧ୍ୟରୁ ବିଜେତା ଚୟନ କରିଥିଲେ। ନିତ୍ୟାଶା ବନ୍ଦନା ପଟ୍ଟନାୟକ, ବିଦ୍ୟାଭାରତୀ ବଳବନ୍ତରାଏ, ବର୍ଷା ବୈଶାଳୀ ବିଷ୍ଣୁ ଦର୍ଶିନୀ ସିଜିନ-୨ର ବିଜେତା ଘୋଷଣା ହୋଇଛନ୍ତି। କାର୍ଯ୍ୟକ୍ରମରେ ଅରୁନ୍ଧତୀ ଜୁଏଲର୍ସର ଏମ୍‌ଡି ବ୍ରହ୍ମାନନ୍ଦ ମେହେର ବିଜେତାଙ୍କୁ ଟ୍ରଫି ସହ ଚେକ୍‌ ପ୍ରଦାନ କରିଥିଲେ। ପ୍ରତିଭାଙ୍କୁ ଆଗକୁ ବଢିବା ଲାଗି ଏଭଳି ଏକ ପ୍ଲାଟଫର୍ମ ପ୍ରଦାନ କରାଯିବା ସହ ପ୍ରତ୍ୟେକ ପର୍ବ ପର୍ବାଣି ଏବଂ ଉତ୍ସବରେ ଗ୍ରାହକଙ୍କ ଖୁସିରେ ଯୋଡି ହେବାକୁ ପ୍ରୟାସ ଜାରି ରହିଥିବା ଏମ୍‌ଡି ମେହେର ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତା ଲାଗି କଟକ, ଭୁବନେଶ୍ୱର, ଯାଜପୁର ରୋଡ ଏବଂ ଖୋର୍ଦ୍ଧା ଭଳି ସ୍ଥାନଗୁଡିକରେ ଅଡିଶନ ଅନୁଷ୍ଠିତ ହୋଇଥିଲା।

Share