ଅରୁନ୍ଧତୀ ରାୟଙ୍କୁ ପେନ୍‌ ପିଣ୍ଟର ପ୍ରାଇଜ୍‌

ଲଣ୍ଡନ,୨୭ା୬: ବୁକର ପୁରସ୍କାର ବିଜେତା ଲେଖିକା ଅରୁନ୍ଧତୀ ରାୟଙ୍କୁ ଗୁରୁବାର ମର୍ଯ୍ୟାଦାଜନକ ପେନ୍‌ ପିଣ୍ଟର ପ୍ରାଇଜ୍‌ରେ ସମ୍ମାନିତ କରାଯାଇଛି। ତାଙ୍କର ଅଦମ୍ୟ ଏବଂ ଦୃଢ଼ ଲେଖା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଅଭିବ୍ୟକ୍ତି ସ୍ବାଧୀନତା ପାଇଁ ଲଢ଼ୁଥିବା ତଥା ସାହିତ୍ୟକୁ ସେଲିବ୍ରେଟ୍‌ କରୁଥିବା ଇଂଲିଶ ପେନ୍‌ ନାମକ ଦାତବ୍ୟ ଅନୁଷ୍ଠାନ ଦ୍ୱାରା ନୋବେଲ ବିଜୟୀ ସାହିତି୍ୟକ ତଥା ନାଟକ ଲେଖକ ହାରୋଲ୍ଡ ପ୍ରିଣ୍ଟରଙ୍କ ସ୍ମରଣାର୍ଥେ ୨୦୦୯ରେ ଏହି ପୁରସ୍କାର ପ୍ରଚଳନ କରାଯାଇଥିଲା। ପୁରସ୍କାର ପାଇ ୬୨ ବର୍ଷୀୟ ଅରୁନ୍ଧତୀ ଖୁସି ବ୍ୟକ୍ତ କରିଛନ୍ତି। ନିଜର ପ୍ରଥମ ଉପନ୍ୟାସ ‘ଦି ଗଡ୍‌ ଅଫ୍‌ ସ୍ମଲ୍‌ ଥିଙ୍ଗ୍‌ସ’ ପାଇଁ ବୁକର ପୁରସ୍କାର ପାଇଥିଲେ ଅରୁନ୍ଧତୀ।

Share