ଅର୍ଚ୍ଚିତାଙ୍କୁ ‘ଅମ୍ରିଶ୍‌ ପୁରୀ’ ଆଓ୍ବାର୍ଡ

ଭୁବନେଶ୍ୱର,୨୮-୮(ବ୍ୟୁରୋ)- ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ୨୦୧୯ ପାଇଁ ଅମ୍ରିଶ ପୁରୀ ଆଓ୍ବାର୍ଡ ଅଫ୍‌ ଏକ୍ସଲେନ୍ସ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଅର୍ଚ୍ଚିତା କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷ ଲାଗି ଏହି ପୁରସ୍କାର ପାଇଛନ୍ତି। ପ୍ରଥମ ଓଡ଼ିଆଭାବେ ସେ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି। ଏଲ୍‌ଇଇ କ୍ଲବ୍‌ ଦ୍ୱାରା ଗତ ୨୫ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମର ୨୨ତମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ରାଓ, ଅମିଶା ପଟେଲ, ଆୟୁବ୍‌ ଖାନ୍‌, ସାହାବ ଖାନ୍‌, ମୁକେଶ ଛାବ୍ରା, କୋରିଓଗ୍ରାଫର ସମିତା ବୋଷ, ଏଲ୍‌ଇଇ କ୍ଲବ୍‌ର ସଭାପତି ପୁଷ୍କର ମେହେତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଅର୍ଚ୍ଚିତାଙ୍କୁ ସମସ୍ତେ ଶୁଭକାମନା ଜଣାଇଥିଲେ।