ଅର୍ଜୁନଙ୍କ ଜନ୍ମଦିନରେ ଫଟୋ ଶେୟାର କରି ଟ୍ରୋଲ ହେଲେ ମଲାଇକା

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ ଜୁନ୍‌ ୨୬ରେ ଥିଲା। ପ୍ରେମିକା ମଲାଇକା ଆରୋରା ସ୍ପେଶାଲ ଡେ’ରେ ତାଙ୍କୁ ସ୍ପେଶାଲ ଶୁଭେଚ୍ଛା ଜଣାଇ ଟ୍ରୋଲ ହୋଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରି ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇବା ସହ କ୍ୟାପ୍‌ଶନ ଲେଖିଛନ୍ତି Happy bday my crazy,insanely funny n amazing @arjunkapoor … love n happiness always. ମଲାଇକା-ଅଜୁର୍ନଙ୍କ ଫଟୋ ଯେତିକି ଭାଇରାଲ ହେଉଛି ୟୁଜର୍ସ ସେତିକି ଚିହିଙ୍କି ଉଠୁଛନ୍ତି। କିଛି ୟୁଜର୍ସ ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ଆଉ କିଛି ୟୁଜର୍ସ ମାଆ-ପୁଅଙ୍କ ଯୋଡ଼ି ବୋଲି ଲେଖିଛନ୍ତି। ଫଟୋରେ ଦୁହେଁ ଦୁହିଁଙ୍କ ହାତ ଧରିଥିବା ଦେଖିବାକୁ ମିଳିଛି। ଖାଲି ମଲାଇକା ନୁହନ୍ତି, ଭଉଣୀ ସୋନମ କପୁର, ଜାହ୍ନବୀ କପୁର ମଧ୍ୟ ଅର୍ଜୁନଙ୍କୁ ଜନ୍ମଦିନର ଢେରସାରା ଶୁଭେଚ୍ଛା ଜଣାଇଛନ୍ତି।

Share