ଅର୍ଜୁନଙ୍କ ପିଲାଦିନର ଫଟୋ ଦେଖି ମଲାଇକା ଦେଲେ ଏମିତି କମେଣ୍ଟ

ଅର୍ଜୁନ କପୁର ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌ ରହୁଛନ୍ତି। ଏବେ ତାଙ୍କର ଏକ ପିଲାଦିନ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଖେଳନା ଘୋଡ଼ା ଉପରେ ବସିଥିବା ଦେଖିବାକୁ ମିଳିଛି। ଫଟୋ ପୋଷ୍ଟ କରି ଅର୍ଜୁନ କ୍ୟାପଶନ ଲେଖିଛନ୍ତି, ମୁଁ ଘୋଡ଼ା ଚଢ଼ିବା ପ୍ରାକ୍ଟିସ ବହୁଦିନରୁ କରୁଛି। ମୁଁ ଜାଣିଥିଲି ‘ପାନିପଥ’ରେ କାମ କରିବି ବୋଲି। ଏହି ଫଟୋକୁ ଦେଖି ମଲାଇକା ଆରୋରା ନିଜକୁ ମ୍ଭାଳି ପାରିଲେନି। କମେଣ୍ଟରେ ଲେଖିଲେ, ଏତେ ରାଗ କ’ଣ ପାଇଁ? କହିରଖୁଛୁ ମଲାଇକା ଏବଂ ଅର୍ଜୁନଙ୍କ ରିଲେସନଶିପ୍‌କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଚାଲିଛି। ଅର୍ଜୁନ ଫିଲ୍ମ ‘ପାନିପଥ’ରେ ନଜର ଆସିବେ। ଏହି ଫିଲ୍ମକୁ ଆଶୁତୋଷ ଗୋଓ୍ବାରିକର ନିର୍ମାଣ କରୁଛନ୍ତି। ଏହାର ଶୁଟିଂ ଜାରି ରହିଥିବାବେଳେ ଏଥିରେ ସଞ୍ଜୟ ଦତ୍ତ ଏବଂ କ୍ରିତି ସାନନ ଅଭିନୟ କରୁଛନ୍ତି।

Share