ଅର୍ଜୁନଙ୍କ ଫିଲ୍ମରେ ନାହାଁନ୍ତି କେହି ନାୟିକା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌’ ପାଇଁ ଖୁବ୍‌ ବ୍ୟସ୍ତ। ଆସନ୍ତା ୨୪ତାରିଖରେ ଏହା ଫ୍ରାଇଡେ ରିଲିଜ୍‌ରେ ସାମିଲ ହେବାର ଯୋଜନା ରହିଛି। ନିକଟରେ ଏହାର ପ୍ରମୋଶନ ପାଇଁ ଆସିଥିବା ଅର୍ଜୁନଙ୍କୁ ଏ ସମ୍ପର୍କରେ କିଛି ପ୍ରଶ୍ନ ପ୍ରଚରା ଯାଇଥିଲା। ଯେଉଁଥିରେ ତାଙ୍କ ସହ କେହି ନାୟିକା କାହିଁକି ନାହାଁନ୍ତି ବୋଲି ପ୍ରଶ୍ନ ଉଠିଥିଲା। ଘଟଣା ହେଲା ଅର୍ଜୁନ ଏହି ଫିଲ୍ମରେ ଜଣେ ଏମିତି ଅଧିକାରୀ ଭାବେ ନଜର ଆସିବେ ଯିଏ କୁଖ୍ୟାତ ଆତଙ୍କବାଦୀଙ୍କୁ ଧରିବାକୁ ଥିବା ଟିମ୍‌ର ଲିଡ୍‌ ନେଉଛନ୍ତି। ଏହାକୁ ନେଇ ଅର୍ଜୁନ କହିଥିଲେ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ଗୁପ୍ତା ରିସର୍ଚ୍ଚ କରିବା ପରେ ଜଣାପଡିଥିଲା କି ଏଥିପାଇଁ ସେମିତି କୌଣସି ଫିମେଲ ଇନଭେଷ୍ଟିଗେଟିଂ ଅଫିସର ନ ଥିଲେ। ତେଣୁ ସେ ଫିଲ୍ମରେ ନାୟିକାଙ୍କୁ ବାଦ୍‌ ଦେଇଛନ୍ତି।

Share