ଅର୍ଜୁନଙ୍କ ସମ୍ପର୍କରେ ପିତା ବୋନି କପୁର କହିଲେ ଏମିତି କଥା

ମୁମ୍ବାଇ: ନିର୍ଦ୍ଦେଶକ ତଥା ଅଭିନେତା ବୋନି କପୁର ଜଣେ ବାପା ହିସାବରେ ସବୁ ସନ୍ତାନଙ୍କୁ ସ୍ନେହ ଆଦର କରିଥାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ତଥାପି ୪ ପିଲାଙ୍କ ମଧ୍ୟରୁ ସେ ଖୁସିଙ୍କୁ ବହୁତ ଭଲପାଆନ୍ତି ବୋଲି କହିଛନ୍ତି। ଖୁସି ତାଙ୍କ ଆଖିର ତାରା ହୋଇଥିବା ବେଳେ ଅର୍ଜୁନ ତାଙ୍କ ହୃଦୟ। ଏବେ ଖୁସି ବିଦେଶରେ ରହି ପାଠ ପଢୁଥିବାରୁ ତାକୁ ବହୁତ ମିସ୍‌ କରନ୍ତି। ତାଙ୍କ ହୃଦୟରେ ଖୁସି ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ମୋ’ ପିଲାମାନଙ୍କ ପ୍ରତି ଥିବା ଭଲପାଇବାକୁ କେବେ ବି ମାପି ହେବ ନାହିଁ। କାରଣ ସେମାନଙ୍କ ପ୍ରତି ସ୍ନେହ ଆଦର ସ୍ବାଭାବିକ। ମୁଁ ସେମାନଙ୍କ ବାପା। ଜଣେ ବାପା ହିସାବରେ କ’ଣ ପିଲାଙ୍କୁ କହିବାକୁ ପଡ଼ିବ କି ମୁଁ କେତେ ଭଲ ପାଏ ବୋଲି। ତେଣୁ ମୋ’ ପାଇଁ ସବୁ ପିଲା ସମାନ।

Share