Categories: ଖେଳ

ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳିଙ୍କ କାର ଚୋରି

ନୂଆଦିଲ୍ଲୀ,୫ା୧୨(ପି.ଟି.)- ୩୦ ବର୍ଷୀୟ ଅର୍ଜୁନ ସମ୍ମାନପ୍ରାପ୍ତଙ୍କ କାର୍‌ ସମ୍ପର୍କୀୟଙ୍କ ଘରୁ ଚୋରି ହୋଇଯାଇଥିବା ଗୁରୁବାର ରୋହିନି ପୋଲିସ୍‌ କହିଛି। ୨୦୧୪ ଏସିଆନ ଗେମ୍ସର ରିକର୍ଭ ଦଳଗତ ତୀରନ୍ଦାଜ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜେତା ଅଭିଷେକ ବର୍ମା ଏବେ ମଡେଲ ଟାଉନରେ ରହୁଛନ୍ତି। ସେ ବର୍ତ୍ତମାନ ଇନକମ ଟ୍ୟାକ୍ସ ଅଫିସର ଭାବେ କାର୍ଯ୍ୟରତ। ରିକର୍ଭ ଦଳଗତ ତୀରନ୍ଦାଜ ଇଭେଣ୍ଟରେ ଏସିଆନ୍‌ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳରେ ଅଭିଷେକଙ୍କ ସମେତ ରଜତ ଚୌହ୍ବାନ ଓ ସନ୍ଦୀପ କୁମାର ସଦସ୍ୟ ଥିଲେ। ସେ ବ୍ୟକ୍ତିଗତ ବିଭାଗରେ ରୌପ୍ୟ ପଦକ ପାଇଥିଲେ। ୨୦୧୫, ଅଗଷ୍ଟ ୧୫ ତାରିଖରେ ତୀରନ୍ଦାଜୀ ବିଶ୍ୱକପ୍‌ର କମ୍ପାଉଣ୍ଡ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ଗତ ବୁଧବାର ବର୍ମା ରୋହିନି ସେକ୍ଟର ୮ ସ୍ଥିତ ଏକ ରେଷ୍ଟୁରାଣ୍ଟରେ ରାତ୍ରିଭୋଜନ କରିବାକୁ ଯାଇଥିଲେ। ଫେରିବା ପରେ ସେ ଜଣେ ସମ୍ପର୍କିୟଙ୍କ ଘର ସାମ୍ନାରେ ରାତି ପ୍ରାୟ ୧୦.୧୮ରେ କାର ରଖିଥିଲେ। ସକାଳେ ମୁଁ ଯେତେବେଳେ କାର ଦେଖିବାକୁ ଗଲି, ସେଠାରେ ନ ଥିଲା। ସିସିଟିଭ ଯାଞ୍ଚ କରିବା ପରେ ରାତି ୧ ଟାରେ କାର ଚୋରି ହୋଇଥିବା ଜାଣିବାକୁ ପାଇଲି। ଏ ସମ୍ପର୍କରେ ମୁଁ ପୋଲିସକୁ ଜଣାଇଛି। ପୋଲିସ ଏବେ ଚୋରର ପରିଚୟ ଖୋଜିବାରେ ଲାଗିଛି।

Share