Categories: ଖେଳ

ଅର୍ଜୁନ ମୁଣ୍ଡା ଆର୍ଚେରୀ ଆସୋସିଏଶନ ସଭାପତି

ନୂଆଦିଲ୍ଲୀ, ୧୮ା୧ (ପି.ଟି.)-କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଶନିବାର ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୩ଜଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନିର୍ବାଚନ ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ପୂର୍ବତନ ଏଏଆଇ ସଭାପତି ବିଜୟ କୁମାର ମାଲହୋତ୍ରାଙ୍କ ସମର୍ଥନ ପାଇଁ ମୁଣ୍ଡା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଭିପି ରାଓଙ୍କୁ ୩୪-୧୮ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ମୁଣ୍ଡାଙ୍କ ପ୍ୟାନେଲର ସମସ୍ତ ପ୍ରାର୍ଥୀ ସଂଖ୍ୟାଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ନିର୍ବାଚିତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୪ବର୍ଷ ରହିବ। ସିନିୟର ଉପ ସଭାପତି ପାଇଁ ହୋଇଥିବା ନିର୍ବାଚନରେ ମହାରାଷ୍ଟ୍ରର
ପ୍ରମୋଦ ଚାନ୍ଦୁରକୀ ୩୧-୨୧ ଭୋଟ୍‌ରେ ଚଣ୍ଡୀଗଡ଼ର ମହା ସିଂଙ୍କୁ ପରାସ୍ତ କରିଥିବାବେଳେ ଅଭିମନ୍ୟୁ ଶର୍ମା (ହରିୟାଣା) ଜି.ଏ. ଇବୋପିଶାକ୍‌ ଶର୍ମା (ମଣିପୁର)ଙ୍କ ବିପକ୍ଷରେ ୩୨-୨୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। କୋଷାଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଉତ୍ତରାଞ୍ଚଳର ରାଜେନ୍ଦର ସିଂ ତୋମାର ୩୪-୧୮ ଭୋଟ ବ୍ୟବଧାନରେ ଓଡ଼ିଶାର ସମୀକ୍ଷା ନନ୍ଦ ଦାସଙ୍କୁ ହରାଇ ଦେଇଛନ୍ତି। ଦେଶର ୩୧ଟି ରାଜ୍ୟ ଏଏଆଇର ସଦସ୍ୟ ଅଛନ୍ତି। କିନ୍ତୁ ୨୬ଟି ରାଜ୍ୟ ଭୋଟ୍‌ରେ ଭାଗ ନେଇଥିଲେ। ଉତ୍ତର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଜମ୍ମୁ ଓ କଶ୍ମୀର ଇଲେକ୍ଟୋରାଲ କଲେଜର ଅଂଶବିଶେଷ ନୁହଁନ୍ତି।

Share