Categories: ବାଣିଜ୍ୟ

ଅର୍ଥନୀତି ଧିମା ହେବା ଚିନ୍ତାଜନକ: ରାଜନ

ନୂଆଦିଲ୍ଲୀ,୨୦-୮: ଦେଶର ଅର୍ଥନୀତି ଧିମା ହୋଇଯିବା ଚିନ୍ତାଜନକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ୍‌ ରାଜନ ଦର୍ଶାଇଛନ୍ତି। ଶକ୍ତି ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକରେ ଦେଖାଦେଇଥିବା ସଙ୍କଟକୁ ଦୂର କରିବା ଲାଗି ସରକାର ଯଥାଶୀଘ୍ର ନୂଆ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଦେଶରେ ନୂଆ ଭାବେ ଜିଡିପି ହାର ହିସାବ କରାଯାଉଥିବା ବେଳେ ଏହାର ପୁନର୍ବିଚାର ହେବା ଜରୁରୀ ବୋଲି ସେ କହିଛନ୍ତି। ଜିଡିପି ହାର ଅଧିକ ଦର୍ଶାଯାଇଛି ବୋଲି ମୋଦି ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ଅଭିଯୋଗ କରିଥିଲେ। ରାଜନ କହିଛନ୍ତି ଯେ, ଏକାଧିକ ଘରୋଇ ବିଶେଷଜ୍ଞ ଦେଶର ଆର୍ଥିକ ବିକାଶକୁ ନେଇ ଯେଉଁ ଅନୁମାନ ଦର୍ଶାଇଛନ୍ତି, ତାହା ସରକାରୀ ଆକଳନ ଠାରୁ କମ୍‌। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଦେଶର ବିକାଶ ହାର ଧିମା ହେଉଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି।

Share