Categories: ବାଣିଜ୍ୟ

ଅର୍ଥନୈତିକ ଅନିଶ୍ଚିତତା ସୃଷ୍ଟି କରିଛି ୟୁଏସ୍‌-ଚାଇନା ଟ୍ରେଡ୍‌ ଓ୍ବାର

ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଏବଂ ଚାଇନା ମଧ୍ୟରେ ଉପୁଜିଥିବା ବାଣିଜ୍ୟ ଯୁଦ୍ଧ ବିଶ୍ୱରେ ଅର୍ଥନୈତିକ ଅନିଶ୍ଚିତତା ସୃଷ୍ଟି କରିଛି। ଏହା ଲାଗି ରହିଲେ ଆଗାମୀ ଦିନରେ ସାରା ବିଶ୍ୱର ଯୋଗାଣ ଚେନ୍‌ ଆହୁରି କ୍ଷତିଗ୍ରସ୍ତ ହେବା ସହ ବିଶ୍ୱ ବଜାର ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବ ବୋଲି ସିଙ୍ଗାପୁରର ଉପପ୍ରଧାନ ମନ୍ତ୍ରୀ ହେଙ୍ଗ ସ୍ବେ କିଟ୍‌ କହିଛନ୍ତି। ଇଣ୍ଡିଆ ଇକୋନୋନିକ ସମିଟରେ ଅବସରରେ ଯୋଗଦେଇ ସେ କହିଛନ୍ତି ଯେ, ବିଶ୍ୱର ଅଭିବୃଦ୍ଧି ଧାରାକୁ ଫେରାଇ ଆଣିବା ଲାଗି ଅର୍ଥନୀତି କ୍ଷେତ୍ରରେ ଢାଞ୍ଚାଗତ ନୀତି ଉପରେ କାର୍ଯ୍ୟ କରିବାକୁ ହେବ। ଏହାବାଦ ବାଣିଜ୍ୟ ପ୍ରତିଯୋଗିତା ଟେକ୍ନୋଲୋଜି ଚେନ୍‌ ମଧ୍ୟ ପ୍ରଭାବିତ ହେଉଥିବାର ସମ୍ଭାବନା ଉପୁଜିଥିବା ସେ ମତ ଦେଇଛନ୍ତି। ମୁଦ୍ରା ଓ ବିତ୍ତିୟ ନୀତି ଦ୍ୱାରା ବିଶ୍ୱର ଅର୍ଥନୀତିଗୁଡିକ ସେମାନଙ୍କ ପ୍ରଭାବିତ ସ୍ଥିତିକୁ ସ୍ଥିତାବସ୍ଥାକୁ ଆଣିପାରିବେ। ଏଥିଲାଗି ବିଭିନ୍ନ ନିୟମରେ ପରିବର୍ତ୍ତନ, ଆଇନ, ନିବେଶ ନିୟମରେ ସଂଶୋଧନ ଦ୍ୱାରା ନିବେଶକଙ୍କ ଉତ୍ସାହ ବୃଦ୍ଧି କରାଯାଇ ପାରିବ। ଏହାବାଦ ଦୀର୍ଘ ମିଆଦି ନୀତି ନିବେଶ ଲାଗି ଅଭିନବତା ଉପରେ କାର୍ଯ୍ୟ କରିବାକୁ ହେବ। ପୁଞ୍ଜି ଏବଂ ଶ୍ରମକୁ ବିଚାର କରି ନୂଆ ନିୟମ ଆଣିବାକୁ ହେବ ବୋଲି କିଟ୍‌ ସ୍ପଷ୍ଟ କରିଛନ୍ତି।

Share