ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଟୁଇଟ କଲେ ମୋଦି

ନୂଆଦିଲ୍ଲୀ,୧୩।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏକ ଖବରଦାତା ସମ୍ମିଳନୀରେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟୁଇଟ କରିଛନ୍ତି। ଟୁଇଟରେ ମୋଦି ଉଲ୍ଲେଖ କରିଛନ୍ତି ଯେ, ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଦ୍ୱାରା ଉଦ୍ୟୋଗୀମାନେ ସଶକ୍ତ ହେବା ସହ ସେମାନଙ୍କର ପ୍ରତିଯୋଗୀତାମୂଳକ ଭାବନା ମଜଭୁତ ହେବ। ବିଶେଷକରି ଏହାଦ୍ୱାରା ଏମ୍‌ଏସ୍‌ଏମ୍‌ଇ ସମ୍ମୁଖୀନ ହେଉଥିବା ବହୁ ସମସ୍ୟାର ସମାଧାନ ହୋଇପାରିବ। ଏଥିସହ କେନ୍ଦ୍ର ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ପାଇଁ ଲିକ୍ୱିଡିଟି ବା ନଗଦ ଅର୍ଥ ବୃଦ୍ଧି ପାଇବ ବୋଲି ମୋଦି କହିଛନ୍ତି।

Share