ନୂଆଦିଲ୍ଲୀ,୨୦।୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଗୁରୁବାର କର୍ପୋରେଟ୍ ଟ୍ୟାକ୍ସ କମାଇବା ପରେ ସେନସେକ୍ସ ଅଚାନକ ଉପରକୁ ଉଠିଛି। ଘୋଷଣାର ମାତ୍ର ୧୦ ମିନିଟ୍ ମଧ୍ୟରେ ୧୯୦୦ ପଏଣ୍ଟ ବୃଦ୍ଧି ଘଟି ୩୭,୫୦୦ ସ୍ତର ଅତିକ୍ରମ କରିଛି। ସେହିପରି ନିଫଟି ୫୦୦ ପଏଣ୍ଟ ବଢ଼ି ୧୧,୧୦୦ ସ୍ତର ଟପିଛି। ଶୁକ୍ରବାର ବଜାର ଖୋଲା ମାତ୍ରେ କାରବାର ଧିମା ଚାଲିଥିଲା। ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ହଠାତ୍ କାରବାର ବୃଦ୍ଧି ଦେଖିବାକୁ ମିଳିଥିଲା।