Categories: ଜାତୀୟ

ଅର୍ଥମନ୍ତ୍ରୀ କ’ଣ ଆଭୋକାଡୋ ଖାଉଛନ୍ତି: ଚିଦାମ୍ବରମ

ନୂଆଦିଲ୍ଲୀ,୫।୧୨: ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦରେ ଉପସ୍ଥିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ଏବେ ପିଆଜ ଦରବୃଦ୍ଧିକୁ ନେଇ ଗୃହ ସରଗରମ ଥିବା ବେଳେ ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ କହିଥିଲେ ପିଆଜର ଦରବୃଦ୍ଧି ତାଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ। ଏହାର ପ୍ରତିକ୍ରିୟା ଦେଇ ଗୁରୁବାର ଚିଦାମ୍ବରମ କହିଛନ୍ତି ସୀତାରାମଣ କ’ଣ ଖାଲି ଆଭୋକାଡୋ ଖାଉଛନ୍ତି। ସୂଚନାଯୋଗ୍ୟ, ସୀତାରାମଣ କହିଥିଲେ ସେ କିମ୍ବା ତାଙ୍କ ପରିବାର ସଦସ୍ୟ ପ୍ରାୟତଃ ପିଆଜ, ରସୁଣ ବ୍ୟବହାର କରନ୍ତି ନାହିଁ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ଏହାର ଉତ୍ତରରେ ଚିଦାମ୍ବରମଙ୍କ ଏହି ପ୍ରତିକ୍ରିୟା ଏବେ ରାଜନୈତିକ ମହଲରେ ମଧ୍ୟ ଆଲୋଚନାର ବିଷୟ ପାଲଟି ଗଲାଣି।

Share