Categories: ଜାତୀୟ

ଅର୍ଥାଭାବ ଯୋଗୁ ଲିଭ୍‌ଇନ୍‌ରେ ୫୦ ବର୍ଷ ରହିବା ପରେ ବିବାହ କଲେ ବୃଦ୍ଧାବୃଦ୍ଧ

ଉଦୟପୁର, ୨୮।୫: ଅର୍ଥାଭାବ ଯୋଗୁ ଦୀର୍ଘ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ବୃଦ୍ଧାବୃଦ୍ଧ ବୋହୂପୁଅ ଏବଂ ନାତୁଣୀନାତିଙ୍କ ଉପସ୍ଥିିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗୁଜରାଟର ଲାମ୍ବାଡିଆସ୍ଥିତ ମାଲବାସରେ ସମ୍ପନ୍ନ ହୋଇଛି। ୭୫ ବର୍ଷ ବୟସ୍କ ବୃଦ୍ଧ ଗମନା ସୋଲାଙ୍କି ୬୮ ବର୍ଷ ବୟସ୍କା ବୃଦ୍ଧା ବଞ୍ଜାରୀ ଦେବୀଙ୍କୁ ଧୁମ୍‌ଧାମରେ ବିବାହ କହିଛନ୍ତି। ଗମନାଙ୍କୁ ୨୫ ବର୍ଷ ହୋଇଥିବାବେଳେ ସେ ବଞ୍ଜାରୀଙ୍କ ସହିତ ଲିଭ୍‌ଇନ୍‌ରେ ରହିବା ଆରମ୍ଭ କରିଥିଲେ। ସେତେବେଳେ ବଞ୍ଜାରୀଙ୍କୁ ୧୮ ବର୍ଷ ହୋଇଥିଲା। ଅର୍ଥାଭାବରୁ ସେମାନେ ବିବାହ କରି ପାରି ନ ଥିଲେ। ଇତିମଧ୍ୟରେ ସେମାନଙ୍କ ୫ ପୁଅ ବିବାହ କରି ଘରକୁ ବୋହୂ ଆଣିଥିଲେ। ୨ ଝିଅଙ୍କ ବିବାହ ମଧ୍ୟ ହୋଇଥିଲା। ପରେ ଘରେ ନାତୁଣୀ ନାତି ମଧ୍ୟ ହୋଇଥିଲେ। ମାତ୍ର ଏନେ ଦିନ ଧରି ଗମନା-ବଞ୍ଜାରୀଙ୍କ ବିବାହ ଅଟକି ରହିଥିଲା।

Share