ଅର୍ଥ ବ୍ୟବସ୍ଥାକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ମନମୋହନ

ମୁମ୍ବାଇ,୧୭।୧୦: ଦେଶର ଆର୍ଥିିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ମହାରାଷ୍ଟ୍ରରେ ସେ ଯୋଗ ଦେଇଥିବା ଏକ ନିର୍ବାଚନ ପ୍ରଚାର ଅବସରରେ କହିଛନ୍ତି ଯେଉଁ ପ୍ରତିଶ୍ରୁତି ଦେଇ ମୋଦି, ସରକାର ଗଠନ କରିଥିଲେ ତାହା ଏବେ ଫେଲ୍‌ ମାରିଛି। ମହାରାଷ୍ଟ୍ରର ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି। ଦେଶର ଉଦ୍ଦ୍ୟୋଗ ଦିନକୁ ଦିନ ତଳକୁ ଯାଉଥିବା ବେଳେ ଅର୍ଥ ବ୍ୟବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି। ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ମଧ୍ୟ ବୃଦ୍ଧି ପାଇଛି। ମନମୋହନ କହିଛନ୍ତି ତାଙ୍କ କାର୍ଯ୍ୟକାଳ ସମୟରେ ସେ ମହାରାଷ୍ଟ୍ରର କେତେକ ନେତାଙ୍କ ସହ କାମ କରିଛନ୍ତି। ଯେଉଁମାନେ ରାଜ୍ୟର ହିତ ଚାହୁଁଥିଲେ। ହେଲେ ଏବେକାର ଭାଜପା ସରକାର ଦେଶର ହିତ ପରିବର୍ତ୍ତେ ଏହା ଏବେ ଖରାପ ସ୍ଥିତିକୁ ଗତି କରୁଛି ବୋଲି ସେ କହିଛନ୍ତି। କଂଗ୍ରେସ ସରକାର ସମୟରେ କୃଷି ଋଣ ଛାଡ ହୋଇଥିଲା। ହେଲେ ଏବେ ଏଠାରେ କୃଷକଙ୍କ ଆତ୍ମହତ୍ୟା ବଢୁଛି।

Share