ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ନାହିଁ: ଅନୁରାଗ

ନୂଆଦିଲ୍ଲୀ,୪ା୨
ଦେଶର ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ମାନ୍ଦାବସ୍ଥା ନ ଥିବା ସରକାରଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୨୦୧୪-୧୯ ମଧ୍ୟରେ ଭାରତ ଜି-୨୦ ଦେଶ ସମୂହଙ୍କ ମଧ୍ୟରେ ସର୍ବୋଚ୍ଚ ହାରାହାରି ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛି। ଲୋକସଭାକୁ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆକଳନ ମୁତାବକ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ହେବା ସହ ଅଭିବୃଦ୍ଧି ଧାରା ଜାରି ରଖିବ। ୨୦୨୦-୨୧ରେ ଦେଶର ଜିଡିପି ଅଭିବୃଦ୍ଧି ୫.୮% ରହିବ। ୨୦୨୧-୨୨ରେ ଅଭିବୃଦ୍ଧିରେ ଏହା ଚାଇନାକୁ ଟପିବାର ସମ୍ଭାବନା ରହିଥିବା ଠାକୁର କହିଛନ୍ତି।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ଡାଟା ଆଧାରରେ ସେ କହିଛନ୍ତି ଯେ, ଦେଶରେ ମାନ୍ଦାବସ୍ଥା ନାହିଁ। ୨୦୧୪-୧୯ ମଧ୍ୟରେ ଜିଡିପି ଅଭିବୃଦ୍ଧି ୭.୫% ରହିଛି। ଯାହା ଜି-୨୦ ଦେଶ ସମୂହଙ୍କ ମଧ୍ୟରେ ସର୍ବାଧିକ। ଦେଶର ଅର୍ଥ ବ୍ୟବସ୍ଥା ଏକ ଦୁଃସମୟ ଦେଇ ଗତି କରୁଥିବା ଅନ୍ତର୍ଜାତୀୟ ଏଜେନ୍ସିଗୁଡିକ କହିଥିବା ନେଇ ଏକ ପ୍ରଶ୍ନର ଉତ୍ତର ମଧ୍ୟ ସେ ରଖିଛନ୍ତି। ନଭେମ୍ବରରେ ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)ରେ ଉନ୍ନତି ଆସିବା ସହ ୧.୮% ରହିଛି। ଏହା ସେପ୍ଟେମ୍ବରରେ ୪.୩% ଏବଂ ଅକ୍ଟୋବରରେ ୪% ହ୍ରାସ ହୋଇଥିଲା। ୨୦୧୯ ସେପ୍ଟେମ୍ବରରେ ଶିଳ୍ପ କ୍ଷେତ୍ର ଉତ୍ପାଦନ ୬ ବର୍ଷର ତଳକୁ ଖସିଯାଇଥିଲା। ସେହିଭଳି ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଏବଂ ସାମଗ୍ରିକ ନିବେଶ ପରିବେଶକୁ ଉନ୍ନତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତ୍ୟାଶାଙ୍କୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଚଳିତବର୍ଷ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶାର ସୁଇମିଂ ସେନ୍‌ସେଶନ ପ୍ରତ୍ୟାଶା ରାୟ ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସୁଇମିଂ...

ଟିପିସିଓଡିଏଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର,୨୮।୧୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ‘କଳିଙ୍ଗ ସୁରକ୍ଷା ଉକତ୍ର୍ଷ ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ୧୫ତମ...

ଗ୍ରୀନ୍‌ ଚିଲିଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୮।୧୨ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଫୁଡ୍‌ ପ୍ଲାଟ୍‌ଫର୍ମ ‘ଗ୍ରୀନ୍‌ ଚିଲିଜ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ବ୍ରହ୍ମପୁରର ରୁକ୍ମିଣୀ ସିନେମା ହଲ୍‌ ରୋଡ୍‌ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ...

ଏମ୍‌ପିସିଇରେ ଉଲ୍ଲେଖନୀୟ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୮।୧୨: କ୍ରମାଗତ ଭାବେ ଦେଶର ମାସିକ ମୁଣ୍ଡ ପିଛା ଉପଯୋଗ ବ୍ୟୟ (ଏମ୍‌ପିସିଇ)ର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଗତ ୧ ଦଶନ୍ଧି ମଧ୍ୟରେ ଦେଶରେ ଏମ୍‌ପିସିଇ...

ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୧୨:ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର...

ଗୋଟିଏ ମଦ ବୋତଲରୁ ଏତେଟଙ୍କା ରୋଜଗାର କରନ୍ତି ସରକାର, ଜାଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ,୨୭।୧୨: ଦେଶରେ ଟିକସ ଆଦାୟର ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିଛି। ଖାଦ୍ୟ ଠାରୁ ଆରମ୍ଭ କରି ରାସ୍ତାରେ ଚାଲିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଟିକସ ଦେଉ।...

୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ

ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ...

କାରଦାତାଙ୍କ ପାଇଁ ଖୁସି ଖବର! ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି

ନୂଆଦିଲ୍ଲୀ,୨୬ା୧୨: ଯେଉଁମାନେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ଆଗାମୀ ବଜେଟରେ ଏକ ବଡ ଉପହାର ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri