Categories: ବାଣିଜ୍ୟ

ଅର୍ଥ ବ୍ୟବସ୍ଥାର ପ୍ରକୃତ ସ୍ଥିତି ମାପିବେ ସରକାର

ନୂଆଦିଲ୍ଲୀ,୨୦-୧: ଦେଶ ମଧ୍ୟରେ ଡାଟାର ଗୁଣବତ୍ତା ନ ଥିବା ଯୋଗୁ ସରକାରଙ୍କୁ ଅନେକେ ସମାଲୋଚନା କରିଥାନ୍ତି। ସେହିଭଳି ଡାଟା ହେରଫେରର ଅଭିଯୋଗ ସରକାରଙ୍କ ବିରୋଧରେ ଆସିଛି। ଏସବୁ ପ୍ରସଙ୍ଗକୁ ବିଚାର କରି ସରକାରୀ ପରିସଂଖ୍ୟାନ ଡାଟାର ସଂଶୋଧନ କରିବା ଲାଗି ଅଗ୍ରସର ହେଉଥିବା ଜଣାପଡିଛି। ଗତ କିଛି ବର୍ଷ ଧରି ଏ କ୍ଷେତ୍ରରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ପାରିନାହିଁ। ହେଲେ ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ତଥା ପ୍ରକୃତ ସ୍ଥିତିକୁ ମାପିବା ଲାଗି ସରକାର ଆଗଭର ହେଉଛନ୍ତି। ଏ ନେଇ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡିଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ବିଶେଷ କରି ଅଣସଂଗଠିତ କ୍ଷେତ୍ରର ସ୍ଥିତି କଣ ରହିଛି ତାହା ଜାଣିବା ଲାଗି ସରକାର ଫୋକସ ରଖିଛନ୍ତି। ବର୍ତ୍ତମାନର ଟେକ୍ନୋଲୋଜିକୁ ବ୍ୟବହାର କରି ସରକାର ଡାଟାକୁ ଅପଡେଟ କରିବେ। ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ, ପରିସଂଖ୍ୟାନ ମନ୍ତ୍ରଣାଳୟ ଏବଂ ଅନ୍ୟ ପ୍ରମୁଖ ସରକାରୀ ଏଜେନ୍ସି ଏ ଦିଗରେ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି।

Share