Categories: ବାଣିଜ୍ୟ

ଅର୍ଥ ବ୍ୟବସ୍ଥା ଲାଗି ଆଂଶିକ ଲକ୍‌ଡାଉନ ଯୋଜନା

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ପାଇଁ ବନ୍ଦ ପଡିଥିବା ଅର୍ଥ ବ୍ୟବସ୍ଥାକୁୁ ଗତିଶୀଳ କରାଇବା ଲାଗି ସରକାର ଆଶିଂକ ଲକ୍‌ଡାଉନ ନେଇ ଯୋଜନା ରଖିଛନ୍ତି। ବର୍ତ୍ତମାନ ସୂଚନା ଏବଂ ପ୍ରଯୁକ୍ତି ହାର୍ଡଓ୍ବେର, ଗ୍ରାମାଞ୍ଚଳରେ କୃଷି, ଶିଳ୍ପ କାର୍ଯ୍ୟକଳାପକୁ ଅନୁମତି ପ୍ରଦାନ କରାଯାଇଛି। ୨୦ ଏପ୍ରିଲ ପରଠାରୁ ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ।
– ଶିଳ୍ପାଞ୍ଚଳରେ ରହିଥିବା ଫ୍ୟାକ୍ଟ୍ରିଗୁଡ଼ିକ ପରିଚାଳିତ ହୋଇପାରିବ
– ଫ୍ୟାକ୍ଟ୍ରି ପରିସରରେ ଶ୍ରମିକଙ୍କୁ କମ୍ପାନୀ ରହିବା ଲାଗି ଡର୍ମିଟୋରି ସୁବିଧା ଦେବେ
– ପରିଚାଳନା ପୁନଃ ଆରମ୍ଭ କରିବା ଲାଗି ସାମାଜିକ ଦୂରତ୍ୱ ନିୟମ ମାନିବାକୁ ହେବ
– ରିଫାଇନେରି ପୁନଃ କାର୍ଯ୍ୟକ୍ଷମ ହୋଇପାରିବ।
– ପେଟ୍ରୋଲିୟମ ସାମଗ୍ରୀର ପରିବହନ ଏବଂ ଯୋଗାଣକୁ ଅନୁମତି
– ଝୋଟ ଏବଂ ପ୍ୟାକେଜିଂ ସାମଗ୍ରୀ ଶିଳ୍ପ ଖୋଲିବ
– କୋଇଲା ଉତ୍ପାଦନ ଏବଂ ପରିବହନ ହୋଇପାରିବ

Share